ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି

ହର୍ମୁଜ ପ୍ରଣାଳୀରେ”ପ୍ରୋଜେକ୍ଟ ଫ୍ରିଡମ୍”କୁ ବନ୍ଦ କଲା ଆମେରିକା

ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ ଫ୍ରିଡମ୍”କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି ।ସୂଚନାନୁଯାୟୀ, ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟ ଜାହାଜ ପାଇଁ ସୁରକ୍ଷିତ ପଥ ପୁନଃସ୍ଥାପିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ “ପ୍ରୋଜେକ୍ଟ ଫ୍ରିଡମ୍” ଆରମ୍ଭ କରିଥିଲା । ଯାହାର ଲକ୍ଷ୍ୟ ଥିଲା ହରମୁଜ୍ ପ୍ରଣାଳୀ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟ ଜାହାଜଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିବା । କିନ୍ତୁ ଆମେରିକା ଏହାକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି ।ଅନ୍ୟପଟେ ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ଅବରୋଧ ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହ ସେ ତାଙ୍କର ସୋସିଆଲ ମିଡିଆ ‘ଟ୍ରୁଥ୍’ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ‘‘ଇରାନ୍ ପ୍ରତିନିଧିଙ୍କ ସହ ଏକ ଚୁକ୍ତି ଉପରେ ଆଲୋଚନା ଆଗକୁ ବଢୁଛି ।’’ ଏଥିସହ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ଇରାନ ସହିତ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରୁଥିବା ଅପରେସନ “ପ୍ରୋଜେକ୍ଟ ଫ୍ରିଡମ”କୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ପାକିସ୍ତାନ ଏବଂ ଅନ୍ୟ ଦେଶମାନଙ୍କ ଅନୁରୋଧରେ ଇରାନ୍ ବିରୋଧରେ ଅଭିଯାନ ସମୟରେ ମିଳିଥିବା ସାମରିକ ସଫଳତା ଏବଂ ଇରାନ୍ ପ୍ରତିନିଧିଙ୍କ ସହ ଶାନ୍ତି ଡିଲର ଆଲୋଚନା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *