ପଶ୍ଚିମବଙ୍ଗରେ ହିଂସା : ସୁରକ୍ଷାବଳ ଉପରେ ଫାୟାରିଂ
ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ବର୍ତ୍ତମାନ ସୁରକ୍ଷାବଳ ଉପରେ ଆକ୍ରମଣ କରାଯାଉଛି । ଏଥିରେ ୩ ଜଣ ପୋଲିସକର୍ମୀ ଏବଂ ୨ ଜଣ କେନ୍ଦ୍ରୀୟ ବଳର ଯବାନ ଆହତ ହୋଇଛନ୍ତି । ପଶ୍ଚିବଙ୍ଗରେ ଏବେ ରାଜ୍ୟବ୍ୟାପୀ ଉତ୍ସବ ପାଳନ କରାଯାଉଛି । ନୂଆ ସରକାର ଗଠନ ପାଇଁ ପ୍ରୟାସ ଜାରି ରହିଛି । ଏହାରି ଭିତରେ ଏଭଳି ଘଟଣା ଘଟିଛି ।କୋଲକତାରେ ବିଜୟ ଉତ୍ସବ ସମୟରେ ହିଂସା ଏବଂ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ଅନେକ ସ୍ଥାନରୁ ଆସୁଛି । ରାଜଧାନୀ କୋଲକତାରେ ମଧ୍ୟ ବୁଲଡୋଜର ବ୍ୟବହାର କରି ଦୋକାନ ଭାଙ୍ଗି ଦିଆଯାଇଛି । ଆସନସୋଲର ଉତ୍ତର ବିଧାନସଭା ସିଟରେ ତୃଣମୂଳ କଂଗ୍ରେସର ଏକ କାର୍ଯ୍ୟାଳୟରେ କେହି ନିଆଁ ଲଗାଇ ଦେଇଛନ୍ତି । କୋଲକତାରେ ଆହତଙ୍କୁ ଅଲଗା ଅଲଗା ହସପିଟାଲରେ ଭର୍ତ୍ତି କରାଯାଇଛି ।ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରାଜ୍ୟ ଭିତରେ ହିଂସାକୁ ଉସକାଉଥିବା ଏବଂ ଭଙ୍ଗାରୁଜାରେ ଲିପ୍ତ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସିଇସି ଜ୍ଞାନେଶ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗର ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ (ଡିଜିପି), କୋଲକତା ପୋଲିସ କମିଶନର ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଡିଜିଙ୍କ ସମେତ ନିରନ୍ତର ପାଟ୍ରୋଲିଂ ବଜାୟ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
