କେରଳରେ UDF ସରକାର, ୧୦୦ରୁ ଅଧିକ ଆସନରେ ଆଗୁଆ
କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ (LDF) କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (UDF) କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ।୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ UDF ଏବେ ପ୍ରାୟ ୯୫ ରୁ ୧୦୨ ଆସନରେ ଆଗୁଆ ରହି ବହୁମତ ସଂଖ୍ୟାକୁ ସହଜରେ ଅତିକ୍ରମ କରିଛି । ଅନ୍ୟପଟେ ଶାସକ LDF ମାତ୍ର ୩୬-୪୨ ଆସନ ମଧ୍ୟରେ ସୀମିତ ରହିଛି । UDF ର ଏହି ବିପୁଳ ବିଜୟ ପଛର ୫ଟି ପ୍ରମୁଖ କାରଣ ରହିଛି ।କେରଳର ପାରମ୍ପରିକ ରାଜନୀତିରେ ପ୍ରତି ୫ ବର୍ଷରେ ସରକାର ବଦଳିଥାଏ । କିନ୍ତୁ ୨୦୨୧ରେ ପିନାରାୟୀ ବିଜୟନ ଏକ ଇତିହାସ ରଚି ଲଗାତାର ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ । ତେବେ ୨୦୨୬ ବେଳକୁ ଲୋକଙ୍କ ମଧ୍ୟରେ ୧୦ ବର୍ଷର ଶାସନକୁ ନେଇ କ୍ଲାନ୍ତି ଓ ଅସନ୍ତୋଷ ଦେଖାଦେଲା । ବଢୁଥିବା ଋଣବୋଝ, ଦୁର୍ନୀତି ଅଭିଯୋଗ ଏବଂ ବିକାଶମୂଳକ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଭୋଟରମାନେ ପୁଣି ଥରେ UDF କୁ ବାଛିଛନ୍ତି ।
