ପାକିସ୍ତାନକୁ ଚେତାବନୀ ଦେଲା ଭାରତୀୟ ସେନା
ଅପରେସନ ସିନ୍ଦୂରକୁ ବର୍ଷେ ପୁରିବା ପୂର୍ବରୁ ଭାରତୀୟ ସେନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରିଛି । ଏଥିରେ କିଭଳି ଅପରେସନ ସିନ୍ଦୂରରେ ମାତ୍ର ୨୨ ମିନିଟରେ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲା ଭାରତୀୟ ସେନା । ଏହାସହିତ ସେନା ଏକ୍ସରେ ପୋଷ୍ଟ କରି ଲେଖିଛି, ‘ଦୃଢ ସଙ୍କଳ୍ପ, ସ୍ପଷ୍ଟତା, ମିଶନ୍ ଉପରେ ଧ୍ୟାନ, ନ୍ୟାୟ ମିଳିଲା-ତ୍ବରିକ ଏବଂ ସଠିକ୍ । ପ୍ରମାଣ କେବେ ଯୁକ୍ତି କରେନି, ନିଷ୍ପତ୍ତି ନେଇଥାଏ, କେବଳ ୨୨ ମିନିଟରେ ।ଏହି ପୋଷ୍ଟକୁ ଭାରତୀୟ ସେନା ନିର୍ଣ୍ଣାୟକ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୂର ଅଭିଯାନକୁ ବର୍ଷେ ହେବାକୁ କିଛିଦିନ ପୂର୍ବରୁ ସେୟାର କରିଛି । ଏହି ପୋଷ୍ଟରେ ଏକ ଫଟୋ ମଧ୍ୟ ରହିଛି । ଏଥିରେ କ୍ୟାପସନରେ ଲେଖାଯାଇଛି, ୨୨ ମିନିଟରେ ସବୁକିଛି ଧ୍ବଂସ ।ଏହି ପୋଷ୍ଟ ସହିତ ୯ ଆତଙ୍କୀ ଠିକଣା ନଷ୍ଟ ଏବଂ ଭାରତ ଭୁଲିବ ନାହିଁ ଶୀଷର୍କ ଥିବା ଫଟୋ ଲାଗିଥିଲା । ଅପରେସନ ସିନ୍ଦୂର ଅଧିନରେ କରାଯାଇଥିବା ଆକ୍ରମଣ ସମୟରେ ଏକ କମାଣ୍ଡ ସେଣ୍ଟର ଦର୍ଶାଯାଇଥିଲା ।କିଛି ଦିନ ପୂର୍ବରୁ ଭାରତୀୟ ସେନା ଏକ ଭିଡିଓ ସେୟାର କରିଥିଲା । ଏଥିରେ କୁହାଯାଇଥିଲା କି, “ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ । ଏପ୍ରିଲ ୨୨ ତାରିଖ ୨୦୨୫ ମସିହା । ବୈସରନ ସୁନ୍ଦର ଉପତ୍ୟକା ହଠାତ୍ ଚିତ୍କାର ଏବଂ ବାରୁଦ ଧୂଆଁରେ ପରିପୂର୍ଣ୍ଣ ହୋଇଗଲା । କାରଣ ଆତଙ୍କବାଦୀମାନେ ଧର୍ମ ପଚାରି ଜଣଙ୍କ ପରେ ଜଣଙ୍କୁ ଗୁଳି ମାରି କରିଥିଲେ ହତ୍ୟା ।ଭାରତ ଭୂସ୍ବର୍ଗକୁ ବୁଲିବାକୁ ଯାଇଥିବା ନିରୀହ ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କୀ । ଆକ୍ରମଣର କିଛି ଦିନ ପରେ ଭାରତ ‘ଅପରେସନ ସିନ୍ଦୂର’ କରିଥିଲା । ମେ ୬-୭ ତାରିଖରେ ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ।
