ଜାପାନରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ୬.୨
ଜାପାନର ହୋକାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ । ଭୋର ସମୟରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା । ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ ।
