ଟିଏମ୍‌ସି ଶାସନରେ ମା’ କାନ୍ଦୁଛି: ମୋଦୀ

ବିଜେପି ପାଇଁ ନରେନ୍ଦ୍ର ମୋଦୀ ଙ୍କ ହାଇଭୋଲଟେଜ୍‌ ପ୍ରଚାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପାଇଁ ହାଇଭୋଲଟେଜ୍‌ ପ୍ରଚାର କରିଛନ୍ତି। ମୋଦୀ ଉତ୍ତର ୨୪ ପରଗଣା ଓ ହୁଗଲି ଜିଲ୍ଲାରେ ଦୁଇଟି ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ବିଜେପି ପାଇଁ ଭୋଟ ମାଗିଛନ୍ତି। କୋଲକାତାରେ ଏକ ରୋଡସୋ’ କରିଥିଲେ। ମୋଦୀ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ଶାସକ ଦଳ ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି।

ବିଜେପିର ବିଜୟ ସଙ୍କଳ୍ପ ରାଲିକୁ ସମ୍ବୋଧିତ କରିଥିଲେ। ମାଟୁଆ ସମ୍ପ୍ରଦାୟ ଗଢ଼ କୁହାଯାଉଥିବା ଠାକୁରନଗରରେ ପହଞ୍ଚି ମାଟୁଆ ଠାକୁର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦୀ କହିଥିଲେ, ମା, ମାଟି ଓ ମାନୁଷ୍‌ (ମଣିଷ) ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ଲୋକଙ୍କ ପ୍ରତି ବିଶ୍ବାସଘାତ କରୁଛି। ଟିଏମ୍‌ସି ବର୍ବରତାରେ ଆଜି ମା’ କାନ୍ଦୁଥିବାବେ‌ଳେ, ମାଟି ଦଳୀୟ ସିଣ୍ଡିକେଟ୍‌ ଓ ଅନୁପ୍ରବେଶକାରୀଙ୍କୁ ହସ୍ତାନ୍ତର କରିସାରିଲେଣି, ଅତିଷ୍ଠ ହୋଇ ଲୋକ ପଳାୟନ କରୁଛନ୍ତି। ପଶ୍ଚିମବଙ୍ଗରେ ଜଙ୍ଗଲରାଜ୍‌ ଚାଲିଥିବା ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *