ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରୁଦ୍ରପ୍ରୟାଗରେ ୨୫୦ ମିଟର ଖାଇକୁ ଖସିଲା କାର୍, ୩ ଯୁବକ ମୃତ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ କାର୍ ଅନିୟନ୍ତ୍ରିତ ହୋଇ ୨୫୦ ମିଟର ଖାଇକୁ ଖସିପଡିଛି । ଫଳରେ କାରରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।ଖବର ମୁତାବକ, କାରଟି ଭିରିରୁ ଓରିଙ୍ଗକୁ ଯାଇଥିଲା । ଏହି ସମୟରେ ହଠାତ୍ ଡ୍ରାଇଭରଙ୍କ ନିୟନ୍ତ୍ରଣ ବିଗିଡି ଯାଇଥିଲା । ଆଉ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଗାଡ଼ିଟି ୨୫୦ ମିଟର ଖାଇକୁ ଖସିପଡିଥିଲା । ତେଣୁ ଏଥିରେ ଥିବା ଲୋକଙ୍କୁ ବଞ୍ଚାଇବାର କୌଣସି ସୁଯୋଗ ମିଳିନଥିଲା ।ଘଟଣା ବିଷୟରେ ଖବର ପାଇ କୋତୱାଲି ଉଖିମଠ ପୋଲିସ ଏବଂ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ରାତି ସମୟରେ ଦୁର୍ଗମ ପାହାଡ ଅଞ୍ଚଳ ହୋଇଥିବା ଯୋଗୁଁ ରେସକ୍ୟୁ ଅପରେସନରେ ବାଧା ଆସିଥିଲା । ଉଦ୍ଧାରକାରୀ ଟିମର ଯବାନମାନେ ଖାଇକୁ ଯାଇ ଉଦ୍ଧାର ଅଭିଯାନ ଜାରି ରଖିଥିଲେ । କଠିନ ପରିଶ୍ରମ କରିବା ପରେ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ ପରିଚୟ ମିଳିଛି । ଏମାନଙ୍କ ବୟସ ୨୫ ରୁ ୩୫ ବର୍ଷ ରହିଛି । ସମସ୍ତ ମୃତକ ରୁଦ୍ରପ୍ରୟାଗ ଜିଲ୍ଲାର ବୋଲି ଜଣାପଡିଛି । ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି ।

Leave a Reply

Your email address will not be published. Required fields are marked *