ସୁନ୍ଦରଗଡ଼ରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା

୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା

ଗରମ ଏବଂ ଗୁଳୁଗୁଳିରୁ ନାହିଁ ନିସ୍ତାର । ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଳାର ତାପମାତ୍ରା। ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବ ଅଧାରୁ ଅଧିକ ରାଜ୍ୟ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ କରାଯାଇଛି। ଆଜି ଗରମ ଏବଂ ଗୁଳୁଗୁଳି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ମଧ୍ୟ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସମୟ ମଧ୍ୟରେ ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ। ଆଜି ୪୧ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ବର ତାପମାତ୍ରା । ଅପରାହ୍ ଣ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି।ଖରା ଗରମକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାରେ ସ୍କୁଲ୍‌ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି । ୨୪ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ପୂର୍ବରୁ ୨୦ ଏପ୍ରିଲ୍ ରୁ ୨୨ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *