ଆଗାମୀ ଗଣତି ପ୍ରକ୍ରିୟା ମେ ୧୧ ପରେ
ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଗଣତି । ଭିତର ଭଣ୍ଡାରରେ ଗଣତିର ଥିଲା ତୃତୀୟ ଦିନ । ମଧ୍ୟାହ୍ନ ୧୨.୦୧ ରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା । ୧୯୭୮ ମସିହା ତାଲିକା ଅନୁଯାୟୀ ଆଜି ଯେଉଁ ମେଳକ ହୋଇଥିଲା ତାହା ଆଜି ଗଣତି ସହ ସଂପୂର୍ଣ୍ଣ ସମାନ ହୋଇଛି । ୯ ଦିନ ମଧ୍ୟରେ ସମୁଦାୟ ୫୭ ଘଣ୍ଟା ୮ ମିନିଟ ଗଣତି ମଣତି ହୋଇଛି ।ମହାପ୍ରଭୁଙ୍କ ଅଳଙ୍କାରରେ ବ୍ୟବହୃତ ରତ୍ନ ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ଚିହ୍ନଟ ପାଇଁ ସହଯୋଗ କରୁଛନ୍ତି । ସେମାନେ ଉନ୍ନତମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ଅର୍ଥାତ୍ ମେ ୧୧ ପରେ ହୋଇପାରେ । ଆଜି ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଛି ।ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ କରାଯାଇଛି । ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଏବେ ବି ଗଣଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ କରି ଅଳଙ୍କାରଗୁଡ଼ିକ ଚିହ୍ନଟ କରାଯାଇଥିଲା । ଏହାର ଫଟୋଗ୍ରାଫି,ଭିଡିଓଗ୍ରାଫି,3D ମ୍ୟାପିଙ୍ଗ ଓ E CATALOGUE କରାଯାଇଛି ।
