ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟରେ ନିର୍ମାଣ ହେବ ହିଟୱେଭ୍ ସ୍ଥଳୀ

ରାଜ୍ୟରେ ନିର୍ମାଣ ହେବ ହିଟୱେଭ୍ ସ୍ଥଳୀ

ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟରେ ନିର୍ମାଣ ହେବ ହିଟୱେଭ୍ ସ୍ଥଳୀ। ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବା ସ୍ଥାନରେ ହିଟୱେଭ୍ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ହିଟ୍‌ୱେଭ୍ ୱାର୍ଣ୍ଣିଂ ଥିବା ସ୍ଥାନରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିପାରିବନି ବିନାଏସି ଗାଡ଼ି। ଯଦି ନିୟମ ନ ମାନି ମାଲିକ ଗାଡ଼ି ଚଲାନ୍ତି, କିଛି ଅଘଟଣ ହେଲେ ଗାଡ଼ି ମାଲିକ ଉତ୍ତରଦାୟୀ ରହିବେ। ଶ୍ରମିକମାନଙ୍କ କାମ କରିବା ଉପରେ ବି କଟକଣା ରହିଛି। ଏ ନେଇ ଏସ୍‌ଓପି ଜାରି କରାଯାଇଛି। ଏସ୍‌ଓପି ଭାଙ୍ଗିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍କୁଲ ଛୁଟି ନେଇ ନେଇ ଜିଲ୍ଲା ପ୍ରଶାସନକୁ ପ୍ରଧିକୃତ କରଯାଇଛି। ସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତି ନେବେ। ଏସ୍‌ଓପି ବାହାରେ ଯଦି କିଛି ପଦକ୍ଷେପ ନେବା ଆବଶ୍ୟକ ପଡୁଛି ନେଇ ପାରିବେ। ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ବ ମନ୍ତ୍ରୀ ସମୀକ୍ଷା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *