୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ

୪୦ ଡିଗ୍ରୀ ଉପରେ ୧୪ ସହର

୪୦ ଡିଗ୍ରୀ ଉପରେ ୧୪ ସହର । ଆଜି ୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ୪୩.୭ ଡିଗ୍ରୀରେ ପହଞ୍ଚିଥିଲା ତାପମାତ୍ରା । ଭବାନୀପାଟଣାରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ରାଉରକେଲାରେ ୪୧.୬ ଏବଂ ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରୀ ରହିଥିଲା । ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ପରବର୍ତ୍ତୀ ତିନି ଦିନ ସ୍ଥିର ରହିବ ।ଏହାପରେ ପୁଣି ଜିଲ୍ଲା ଗୁଡିକର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି । ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆକଳନ କରାଯାଇଛି । ବର୍ଷା ଘଡ଼ଘଡ଼ି ଏବଂ ପବନ ପାଇଁ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *