“ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ତୁରନ୍ତ ଖଲାସ କର”
ବିଜେଡି ନେତାଙ୍କୁ ମାଓବାଦୀଙ୍କ କଡା ଚେତାବନୀ । ତୁରନ୍ତ କାର୍ଯ୍ୟର ସମାଧାନ କର ନହେଲେ ମାଓବାଦୀଙ୍କ ତରଫରୁ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏପରି ଲାଲ ପୋଷ୍ଟର ମାରି ବିଜେଡିର ନେତା ଓ ମନ୍ତ୍ରୀଙ୍କୁ ଧମକ ଧମକ ଦେଇଛନ୍ତି ମାଓବାଦୀ । ଏଭଳି ଘଟଣା ରାୟଗଡ ଓ କନ୍ଧମାଳ ସୀମାନ୍ତରେ ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ରାମନାକୁପୁଲି ଛକ ନିକଟରେ ଏକ ପୋଷ୍ଟର ମାରିଛନ୍ତି ନକ୍ସଲ। ଏହି ପୋଷ୍ଟରରେ କାଶିପୁର ବ୍ଲକର ଶୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୁଲିସ ଗିରଫ କରିବା ନେଇ ନକ୍ସଲମାନେ ପ୍ରତିକ୍ରିୟା ରଖିଛନ୍ତି। ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରିଥିବା ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ।
ମାଓବାଦୀଙ୍କ କହିବ ଅନୁଯାୟୀ ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଖେଳିଯାଇଛି ଭୟାର ବାତାବରଣ ।