ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା

ଅନ୍ତରୀଣ ଜାମିନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଝଟକା ଲାଗିଛି । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଏଫଆଇଆରରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଏକାଧିକ ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ । ତେଲେଙ୍ଗାନା ହାଇକୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ଟ୍ରାଞ୍ଜିଟ୍ ଜାମିନ ଉପରେ ସ୍ଥଗିତାଦେଶ ପାଇଁ ଆସାମ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଅତୁଲ ଏସ ଚାନ୍ଦୁରକରଙ୍କ ଖଣ୍ଡପୀଠ ଖେଡାଙ୍କୁ ଏହି ମାମଲାରେ ନୋଟିସ ଜାରି କରି ତିନି ସପ୍ତାହ ମଧ୍ୟରେ ତାଙ୍କର ଉତ୍ତର ଦାଖଲ କରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *