ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
ବିହାର ଦେଖିଲା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ। ପାଟନା ଲୋକଭବନରେ ଆୟୋଜିତ ଉତ୍ସବରେ ଶପଥ ନେଇଛନ୍ତି ସମ୍ରାଟ। ଏହା ସହ ଜେଡିୟୁର ବିଜେନ୍ଦ୍ର ପ୍ରସାଦ ଯାଦବ ଓ ବିଜୟ ଚୌଧୁରୀ ବି ନେଇଛନ୍ତି ଶପଥ। ବିହାର ରାଜ୍ୟପାଳ ସମସ୍ତଙ୍କୁ କରିଥିଲେ ପଦ ଓ ଗୋପନୀୟତାର ଶପଥ ପାଠ। ବିଜେନ୍ଦ୍ର ପ୍ରସାଦ ଯାଦବ ଓ ବିଜୟ ଚୌଧୁରୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ
