ମାନସ ମଙ୍ଗରାଜ ଓ ସୁଲତାଙ୍କୁ ମିଳିଲା ନୂଆ ଦାୟିତ୍ବ
ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ। ସୁଲତା ଦେଓଙ୍କୁ ମିଳିଲା ସଂସଦୀୟ ଦଳ ଉପନେତା ସହ ମୁଖ୍ୟ ସଚେତକ ପଦ। ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ ସସ୍ମିତ ପାତ୍ର। ସଂସ୍ମିତଙ୍କ ସ୍ଥାନରେ ନୂଆ ଦାୟିତ୍ବ ପାଇଛନ୍ତି ମାନସ ମଙ୍ଗରାଜ। ରାଜ୍ୟସଭାରେ ସେ ଦଳ ପକ୍ଷରୁ ନେବେ ନେତୃତ୍ବ।
