ବିମାନ ଦୁର୍ଘଟଣାରେ ଆଖିବୁଝିଲେ ପୁଟିନଙ୍କ ବିଦ୍ରୋହୀ !

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ୟେଭେଗେନି ପ୍ରିଗୋଜିନ

ଋଷରୁ ଆସିଲା ସାଂଘାତିକ ଖବର । ବିମାନ ଦୁର୍ଘଟଣାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଦ୍ରୋହୀଙ୍କ ମୃତ୍ୟୁ। ତେବେ ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ କରିଥିବା ବ୍ୟକ୍ତି ହେଉଛନ୍ତି ୱାଗନର ଗ୍ରୁପ୍ ମୁଖ୍ୟ ୟେଭେଗେନି ପ୍ରିଗୋଜିନ । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଖାଲି ୟେଭେଗେନି ପ୍ରିଗୋଜିନ ନୁହନ୍ତି ତାଙ୍କ ସହ ୧୧ ଜଣ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଋଷର ସାମରିକ ତଥ୍ୟ ଅନୁସାରେ ପ୍ରିଗୋଜିନ ଜୁନ୍ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ପରେ ବୁଝାମଣା ପରେ ବେଲାରୁଷ୍ ପଳାଇଥିଲେ । ତେବେ ସେ କେବେ ଏବଂ କିଭଳି ପୁଣି ଋଷରେ ପହଞ୍ଚିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ଦିନ ପୂର୍ବେ ପ୍ରିଗୋଜିନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ତାଙ୍କର ଅବସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନଥିଲା ।ହେଲେ ଏହାରି ଭିତରେ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ବେଳେ ତାଙ୍କ ସହ ଯାଇଛି ୧୧ଜୀବନ ।