ସାରା ରାଜ୍ୟରେ ନିଆଁ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି । ରାଜଧାନୀ ଭୁବନେଶ୍ୱରରେ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର ୧୫ ଦିନରୁ ଅଧିକ ସମୟ ଧରି ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କଟକ, ନୟାଗଡ଼, ଖୋର୍ଦ୍ଧା ଏବଂ ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ସିଭିୟର ହିଟଓ୍ବେଭ୍ ସମୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତେବେ ୨୧ ତାରିଖ ପରେ ରାଜ୍ୟରେ ବଦଳିପାରେ ପାଗ ।
Related Posts
ଉତ୍ତରପ୍ରଦେଶର ବିଜନୌରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
- User 003
- November 16, 2024
- 0
ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
- User 003
- June 17, 2024
- 0
୮ କୋଟି ଟଙ୍କା ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
- User 003
- October 29, 2024
- 0