ରାଜଧାନୀରେ ଚାଲିଥିଲା ଆତଙ୍କୀ ଷଡ଼ଯନ୍ତ୍ର

ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ

ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି । ଇମ୍ରାନ ସୋସିଆଲ ମିଡିଆରେ ଦେଶ ବିରୋଧୀ ବିଭିନ୍ନ ପୋଷ୍ଟ କରୁଥିଲା । ମୌଳବାଦୀ ଚିନ୍ତାଧାରା ରଖୁଥିବା ଇମ୍ରାନର ଆତଙ୍କବାଦୀ ଲିଙ୍କ୍ ଥିବା ସୁରାକ୍ ପାଇ ତାକୁ ଗିରଫ କରାଯାଇଛି । ତାର ମୋବାଇଲ , ଲାପଟପ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।

Leave a Reply

Your email address will not be published. Required fields are marked *