କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ବ୍ରିଗେଡିୟର ପଦୋନ୍ନତି

ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି

ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି ମିଳିଛି । କର୍ଣ୍ଣେଲରୁ ବ୍ରିଗେଡିୟର ପଦବୀକୁ ପଦୋନ୍ନତି ହୋଇଛନ୍ତି ଭାରତୀୟ ସେନା ଅଧିକାରୀ ଶ୍ରୀକାନ୍ତ ପୁରୋହିତ । ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିଲେ ଶ୍ରୀକାନ୍ତ ପୁରୋହିତ ।୧୭ ବର୍ଷରେ ଆଇନଗତ ଲଢେଇ କରିବା ପରେ ପ୍ରମୋସନ ମିଳିଥିଲା । ଦୀର୍ଘ ସେବା ଅନୁଭବ ଓ ବିଭିନ୍ନ ସେନା ଅଭିଯାନରେ ଯୋଗଦାନର ଉଲ୍ଲେଖନୀୟ ରେକର୍ଡ ଥିବା ଶ୍ରୀକାନ୍ତ ପୁରୋହିତଙ୍କୁ କର୍ଣ୍ଣେଲରୁ ବ୍ରିଗେଡିୟର ପଦକୁ ପଦୋନ୍ନତି କରାଯାଇଛି ।୨୦୦୮ ମାଲେଗାଓଁ ଘଟଣାରେ ଫସି ଚର୍ଚ୍ଚାରେ ଥିଲେ ଶ୍ରୀକାନ୍ତ ପୁରୋହିତ । ଗତ ମାସ ୩୧ ତାରିଖରେ ସେ ଅବସର ପାଇବାର ଥିଲା କିନ୍ତୁ Armed Forces Tribunal ପକ୍ଷରୁ କ୍ଲିନ୍ ଚିଟ୍ ପରେ ଏହାକୁ ସ୍ଥଗିତ କରାଯାଇ ତାଙ୍କୁ ପ୍ରମୋସନ୍ ଦିଆଯାଇଛି ।କର୍ଣ୍ଣେଲ ପୁରୋହିତଙ୍କୁ ୩୧ ଜୁଲାଇ ୨୦୨୫ରେ ମୁମ୍ବାଇର ଏକ ବିଶେଷ ଏନଆଇଏ ଅଦାଲତ ସମସ୍ତ ଅଭିଯୋଗରୁ ଜାମିନ ମିଳିଥିଲା । ଅଦାଲତାରେ ପ୍ରମାଣର ଅଭାବ ଯୋଗୁଁ ଏଭଳି ହୋଇଥିଲା ।

Leave a Reply

Your email address will not be published. Required fields are marked *