ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ

ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟର ଗ୍ରୀନ୍ ସିଗନାଲ୍,ବଢିବ ଲୋକସଭା ସିଟ୍

ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ । ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ର ଗ୍ରୀନ୍ ସିଗ୍ ନାଲ୍ । ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ବୈପ୍ଳବିକ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଲୋକସଭା ସିଟ୍ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ୮୧୬ କୁ ବୃଦ୍ଧି କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ୍ କୁ ମଞ୍ଜୁରୀ ମିଳିଛି । ଏହି ବିଲ୍ ଗୁଡ଼ିକୁ ପାରିତ କରିବା ପାଇଁ ଆସନ୍ତା ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

Leave a Reply

Your email address will not be published. Required fields are marked *