ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର

ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନ୍ଦ୍ର ସରକାର ଭାରତୀୟମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି ।ଦୂତାବାସ ଆଡଭାଇଜରିରେ କହାଯାଇଛି କି, ଏପ୍ରିଲ ୭, ୨୦୨୬ ଘଟଣାର ସ୍ଥିତିକୁ ଦେଖି ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶନ ପାଳନ କରନ୍ତୁ । ତୁରନ୍ତ ଇରାନ ଛାଡି ଚାଲିଯାଆନ୍ତୁ । ଦୂତାବାସ ସହିତ ସଂପର୍କ ନ କରି ଅର୍ନ୍ତରାଷ୍ଟ୍ରୀୟ ସୀମା ଯାଏଁ ନ ଯିବାକୁ କୁହାଯାଇଛି ।ଇରାନରେ ଫସି ରହିଥିବା ଲୋକମାନେ ଜରୁରୀକାଳୀନ ଯୋଗାଯୋଗ ନମ୍ବର ୯୮୯୧୨୮୧୦୯୧୧୫, ୯୮୯୧୨୮୧୦୯୧୦୯, ୯୮୯୧୨୮୧୦୯୧୦୯ ଏବଂ ୯୮୯୯୩୨୧୭୯୩୫୯ ନମ୍ବରରେ ଯୋଗାଯୋଗ କରିପାରିବେ । ଇମେଲ୍ ଆଇଡି cons.tehran@mea.gov.in ମାଧ୍ୟମରେ ମଧ୍ୟ ଯୋଗାଯୋଗ କରାଯାଇପାରିବ । ଗତକାଲି ରାତିରେ, ସରକାର ଇରାନରେ ଥିବା ଭାରତୀୟମାନଙ୍କୁ ୪୮ ଘଣ୍ଟା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇ ଏକ ପରାମର୍ଶ ମଧ୍ୟ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *