୨ ସପ୍ତାହ ଯୁଦ୍ଧ ବନ୍ଦ

ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍ କରିଥିବା ଡେଡଲାଇନ୍ ଶେଷ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ଏହି ସୂଚନା ଦେଇଛନ୍ତି । ଅସ୍ତ୍ରବିରତିର ଚୁକ୍ତି ରଖିଛନ୍ତି ଟ୍ରମ୍ପ । ଇରାନକୁ ତୁରନ୍ତ ଏବଂ ସୁରକ୍ଷିତ ଭାବେ ‘ହରମୁଜ ପ୍ରଣାଳୀ’ ଖୋଲିବାକୁ ପଡ଼ିବ, ଯେଉଁଠାରୁ ବିଶ୍ୱର ପ୍ରାୟ ୨୦% ପେଟ୍ରୋଲିୟମ୍ କାରବାର ହୋଇଥାଏ । ଏହାର ବଦଳରେ ଆମେରିକା ଇରାନ ଉପରେ କୌଣସି ବୋମାମାଡ଼ ବା ଆକ୍ରମଣ କରିବ ନାହିଁ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନାମୁଖ୍ୟ ଆସିମ ମୁନୀରଙ୍କ ଅନୁରୋଧ କ୍ରମେ ଟ୍ରମ୍ପ ଏହି ସୁଯୋଗ ଦେଇଛନ୍ତି ।ଆସନ୍ତା ଶୁକ୍ରବାର ଦିନ ପାକିସ୍ତାନର ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବ । ଇରାନ ପକ୍ଷରୁ ଏକ ‘୧୦-ପଏଣ୍ଟ’ ଶାନ୍ତି ପ୍ରସ୍ତାବ ଦିଆଯାଇଛି, ଯାହାକୁ ଟ୍ରମ୍ପ ଗ୍ରହଣଯୋଗ୍ୟ ବୋଲି କହିଛନ୍ତି । ଆମେରିକା ଏବଂ ଇରାନ ମଧ୍ୟରେ ଅଧିକାଂଶ ବିବାଦୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଇସ୍ରାଏଲ ମଧ୍ୟ ଏହି ଯୁଦ୍ଧବିରତି ପାଇଁ ରାଜି ହୋଇଛି ଏବଂ ଲେବାନନରେ ହିଜବୁଲ୍ଲା ସହ ଚାଲିଥିବା ଲଢ଼େଇକୁ ସ୍ଥଗିତ ରଖିଛି। ଯୁଦ୍ଧ ବିରତି ଖବର ଆସିବା ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦରହ୍ରାସ ପାଇଛି । ଯଦିଓ ଏହା ଏକ ସ୍ଥାୟୀ ସମାଧାନ ନୁହେଁ, ତଥାପି ଏହି ୧୪ ଦିନର ସମୟ ଏକ ବଡ଼ ଯୁଦ୍ଧକୁ ରୋକିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *