ଦେଶର ପ୍ରଥମ LGBTQ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ବାମୀ

ଦେଶର ପ୍ରଥମ LGBTQ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ବାମୀ

ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ୱାମୀ । ରାଜ୍ୟସଭାରେ ଟିଏମସିରୁ କରିବେ ପ୍ରତିନିଧିତ୍ଵ । ୫୧ ବର୍ଷୀୟା ବରିଷ୍ଠ ଓକିଲ ମେନକା ସାର୍ବଜନିନ ଭାବେ ନିଜକୁ LGBTQ ସମ୍ପ୍ରଦାୟର ବୋଲି ପରିଚିତ କରାଇଛନ୍ତି ।୨୦୧୮ର ସେହି ଐତିହାସିକ ଆଇନଗତ ଲଢ଼େଇରେ ବିଜୟର ଶ୍ରେୟ ମେନକାଙ୍କୁ ଯାଇଥାଏ । ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିଥିଲେ । ମେନକା ଗୁରୁସ୍ଵାମୀ ଶପଥ ନେବା ପରେ କହିଛନ୍ତି ଯେ, ସମ୍ବିଧାନର ମୂଲ୍ୟବୋଧ, ସମାନତା, ନ୍ୟାୟ ଏବଂ ଭେଦଭାବ ରହିତ ସମାଜକୁ ମଜବୁତ କରିବା ତାଙ୍କ ଉଦ୍ଦେଶ୍ୟ । ତାଙ୍କର ଏହି ପରିଚୟ ସେହି ଲୋକଙ୍କ ପାଇଁ ଆଶାର କିରଣ ପାଲଟିବ ଯେଉଁମାନେ ସମାଜରେ ବରାବର ହେବା ପାଇଁ ଏବେବି ଲଢେଇ କରୁଛନ୍ତି ।ଡ. ମେନକା ଗୁରୁସ୍ଵାମୀ ଅକ୍ସଫୋର୍ଡ ଏବଂ ହାୱାର୍ଡ ଭଳି ପ୍ରତିଷ୍ଠିତ ସଂସ୍ଥାରେ ପାଠ ପଢିବା ପରେ ସେ ଆଇନ କ୍ଷେତ୍ରରେ ନିଜର ପରିଚୟ ତିଆରି କରିଥିଲେ । ୨୦୧୮ରେ ସୁପ୍ରିମକୋର୍ଟରେ ଧାରା ୩୭୭ ବିରୋଧରେ ହୋଇଥିବା ଐତିହାସିକ ଲଢେଇରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲେ । ତାଙ୍କୁ ୨୦୧୯ ମସିହାରେ ତାଙ୍କୁ ‘ଟାଇମ୍ ମ୍ୟାଗାଜିନ୍’ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ଵଙ୍କ ତାଲିକାରେ ଏବଂ ‘ଫରେନ୍ ପଲିସି ମ୍ୟାଗାଜିନ୍’ର ‘ଗ୍ଲୋବାଲ୍ ଥିଙ୍କର୍ସ’ ତାଲିକାରେ ସାମିଲ କରାଯାଇଥିଲା ।

Leave a Reply

Your email address will not be published. Required fields are marked *