ବିସ୍ଫୋରକର ରସାୟନିକ ପାଉଡର ନେଇ ବଡ଼ ଷଡଯନ୍ତ୍ର ସନ୍ଦେହ

ବିସ୍ଫୋରଣ ଘଟଣାରେ NIA ପକ୍ଷରୁ ମାମଲା ରୁଜୁ

ଭୁବନେଶ୍ବର ସୁନ୍ଦରପଦା ନ୍ୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ପକ୍ଷରୁ ମାମଲା ରୁଜୁ । ବିସ୍ଫୋରଣ ପଛରେ ହାଇ ପ୍ରୋଫାଇଲ୍ ବିସ୍ଫୋରକ । ବିସ୍ଫୋରକର ରସାୟନିକ ପାଉଡର ନେଇ ବଡ଼ ଷଡଯନ୍ତ୍ର ସନ୍ଦେହ । ଯେଉଥିପାଇଁ ନିଜ ଆଡୁ ମାମଲା ରୁଜୁ କଲା NIA । ଦିଲ୍ଲୀ ର ଅନୁମତି କ୍ରମେ କେସ ନମ୍ବର ୧/୨୬ରେ ମାମଲା ରୁଜୁ କରି ତଦନ୍ତ ଜୋରଦାର । କମିସନରେଟ ପୋଲିସ ଠୁ କେସ ଡିଟେଲ ନିଜ ପାଖକୁ ନେବ NIA ଟିମ । ବିସ୍ଫୋରଣ ଓ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ର କାରବାରକୁ ନେଇ NIAର ନଜର । ହାଇ ପ୍ରୋଫାଇଲ୍ ବିସ୍ଫୋରକ ସପ୍ଲାୟ କୁ ନେଇ ହେବ ତଦନ୍ତ।ଗତ ୨୭ ଜାନୁଆରୀ ରେ ଘଟିଥିଲା ବିସ୍ଫୋରଣ । ଏୟାରଫିଲ୍ଡ ଥାନା ଆଜାଦ ନଗରରେ ଘଟିଥିଲା ଘଟଣା । ଛାତ ଉପରେ ବୋମା ପ୍ରସ୍ତୁତ ବେଳେ ଫୁଟିଥିଲା ବୋମା ।ଯେଉଁଥିରେ ଆହାତ ହୋଇଥିଲେ ସେହେନେବାଜ ମଲ୍ଲିକ ,ନିଜାତୁନ ବିବି ଓ ଅମୀୟ ମଲ୍ଲିକ ସହ ସେହନେବାର ବାନ୍ଧବୀ । କିନ୍ତୁ ବିସ୍ଫୋରଣ ରେ ପୋଡି ହୋଇଯାଇଥିବା ଯୋଗୁଁ ସେହନେବାଜ ଓ ତା ର ମା ନିଜାତୁନ ବିବି ମୃତ୍ୟୁ ବରଣ କରିଥିଲେ।ଅନ୍ୟ ଆହାତ ଙ୍କୁ ନେଇ ପଚରା କରିବ NIA ଟିମ୍ ।

Leave a Reply

Your email address will not be published. Required fields are marked *