ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍
ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍ । ୫କେଜି ଗ୍ୟାସ୍ ବିକ୍ରି ବନ୍ଦ। କଳାବଜାରୀକୁ ରୋକିବା ପାଇଁ E-KYC କରାଯାଉଛି। ତେଣୁ ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପଟେ ରାଜ୍ୟରେ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ୍ ମହଜୁନ ଅଛି। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
