ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ
ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ । ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତରୁ ଗିରଫ ହୋଇଛି ରାଜା ସାହାଣୀ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶା ରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ ରିମାଣ୍ଡରେ ନେବାକୁ ଅନୁମତି ମାଗିବ ପୋଲିସ । ଋଷିକେଶର ଏକ ହୋଟେଲରେ ଥିଲା ରାଜା। କିଛି କାମରେ ସେଠାକୁ ଯାଇଥିଲା । ଏକ ଅପରାଧିକ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଥିଲା ରାଜା ସାହାଣୀ । ରାଜା ପଛରେ ପଡ଼ିଥିଲେ ଏକାଧିକ ରାଜ୍ୟର ପୋଲିସ। କର୍ଣ୍ଣାଟକ, ବିହାର,ଓଡ଼ିଶା ପୋଲିସ ତାକୁ ଖୋଜୁଥିଲେ । ଚୌଦ୍ଵାର ଜେଲରୁ ଫେରାର ହେବା ପରେ କର୍ଣ୍ଣାଟକ ମହିଶୁରରେ ଏକ ବଡ଼ ଲୁଟ କରିଥିଲେ ରାଜାର ଗ୍ୟାଙ୍ଗ।ଏକ ଗହଣା ଦୋକାନରୁ ୨୦ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ କରିଥିଲେ । ତାକୁ ଧରିବାକୁ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଡେରା ପକାଇ ରହିଥିଲା କଟକ କମିଶନରେଟ ପୋଲିସ ଟିମ୍ ।
