ମହୁମାଛି କାମୁଡାରେ ୧୫ ଆହତ !

କାମ କରିବାକୁ ଯାଇଥିବା ବେଳେ ଅଘଟଣ

କୋରାପୁଟରେ ମହୁମାଛି ଆତଙ୍କ । ଗୋଡେଇ ଗୋଡେଇ ମାରୁଛି ମହୁମାଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ଚକର୍ଲିପୁଟ୍ ଗାଁରେ। ଆକ୍ରମଣରେ ୧୫ଜଣ ଆହତ ହୋଇଥିବା ବେଳେ ୬ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଆରେ ଆଜି ସକାଳେ ଚକର୍ଲିପୁଟ୍ ଗାଁର କିଛି ମହିଳା ଓ ପୁରୁଷ ନୀତିଦିନିଆ କମ କରିବାକୁ ବାହାରି ଯାଇଥିଲେ । ଏହି ସମୟରେ ନର୍ସରୀ ରାସ୍ତାରେ ହଠାତ୍ ମହୁମାଛିମାନେ ନିଜ ବସାରୁ ଉଡ଼ିଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।

ଫଳରେ ୧୫ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇଥିଲେ। ଗ୍ରାମବାସୀ ଆହତମାନଙ୍କୁ ହାଲ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୯ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ହାଲ୍ ଡାକ୍ତରଖାନାରେ ଜଣେ ମହିଳା ଓ ପୁରୁଷ ଚିକିତ୍ସା ହେଉଥିବା ସୂଚନା ରହିଛି ଏବଂ ଅନ୍ୟ ୪ ଜଣ ମହିଳା ସୁନାବେଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ମହୁମାଛି ଆତଙ୍କ ପରେ ସ୍ଥାନିୟରେ ଭୟ ଦେଖାଦେଇଛି , ତୁରନ୍ତ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି ।