ମୋ କଥାରୁ ଭୁଲ ଅର୍ଥ ବାହାର କରାଯାଇଥିଲା: ନିଶିକାନ୍ତ ଦୁବେ

କ୍ଷମା ମାଗିଲେ ନିଶିକାନ୍ତ ଦୁବେ

କ୍ଷମା ମାଗିଲେ ନିଶିକାନ୍ତ ଦୁବେ । ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ । ତାଙ୍କ ମନ୍ତବ୍ୟ ଯଦି କାହାର ଭାବନାକୁ ଆଘାତ ଦେଇଥିବ ତେବେ ସେ ନିସର୍ତ୍ତ କ୍ଷମା ଚାହୁଁଛନ୍ତି ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଗତ ସପ୍ତାହରେ ମିଡିଆରେ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ଅଗ୍ରଣୀ ନେତା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କହିଥିଲେ । ତାଙ୍କ କଥାରୁ ଭୁଲ ଅର୍ଥ ବାହାର କରାଯାଇଥିଲା । ସେହି ମନ୍ତବ୍ୟ ବକ୍ତବ୍ୟ ଥିଲା ନେହରୁଙ୍କ ଉପରେ ମନ୍ତବ୍ୟକୁ ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ବୋଲି ବୁଝାଗଲା ବୋଲି ନିଶିକାନ୍ତ ଦୁବେ ଲେଖିଛନ୍ତି ।କିଛି ଦିନ ତଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଥିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି ବୋଲି କହିଥିଲେ । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶାର ବର୍ଗ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ।

Leave a Reply

Your email address will not be published. Required fields are marked *