ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ
ପାଞ୍ଚ ଦିନ କାଳବୈଶାଖୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ଆଜି ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକକୁ ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧ ତାରିଖରେ କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ପାଞ୍ଚ ଦିନ ବର୍ଷା ନେଇ ସତର୍କ କରାଇଛନ୍ତି ପାଣିପାଗ ବିଭାଗ । ବର୍ଷା ବିଜୁଳି ଘଡଘଡି ପବନ ସହିତ କୁଆପଥର ସମ୍ଭାବନା ରହିଛି ।
