ସମୁଦ୍ରରେ ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ । ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଜଣ ଗାଧୋଉଥିବାବେଳେ ବୁଡି ଯାଇଥିଲେ।ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଯାହାକୁ ଦେଖି ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସମୁଦ୍ରରେ ବୁଡ଼ିବା ଲାଗି ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
