ଏପ୍ରିଲ ୧ରୁ ସୁଭଦ୍ରାର ନୂଆ ଆବେଦନ
ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି।ଏହି ଆବେଦନ ପ୍ରକ୍ରିୟା ୧ ଏପ୍ରିଲରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ନୂତନ ହିତାଧିକାରୀ ଯୋଡ଼ିବା ପାଇଁ ହେଉଛି। ଏଥିରେ ଯେଉଁମାନେ ସାମିଲ ହେବେ ସେହି ମହିଳାମାନଙ୍କ ବୟସ ୧ ଏପ୍ରିଲ ୨୦୨୬ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ଆବଶ୍ୟକ। (୨୧ରୁ ୬୦ ବର୍ଷ ପର୍ଯ୍ୟନ୍ତ)। ଯେଉଁମାନେ ପୂର୍ବରୁ ସୁଭଦ୍ରା ଯୋଜନାରେ ଆବେଦନ କରି ନାହାନ୍ତି କିମ୍ବା ଯୋଡ଼ି ହୋଇ ନାହାନ୍ତି, କେବଳ ସେମାନେ ଏଥିରେ ଆବେଦନ କରିପାରିବେ। ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି କିମ୍ବା ହିତାଧିକାରୀ ହୋଇସାରିଛନ୍ତି, ସେମାନେ ଏହି ନୂଆ ଆବେଦନରେ ସାମିଲ ହେବେ ନାହିଁ।ସରକାରୀ ଚାକିରିଜୀବୀ, ପେନ୍ସନ୍ ପାଉଥିବା, ଆୟକର ଦାତା, ବଡ଼ ଜମି ମାଲିକ ପରିବାର ଇତ୍ୟାଦି ଏଥିରୁ ବାଦ୍ ପଡ଼ିବେ। ହିତାଧିକାରୀଙ୍କୁ ବାର୍ଷିକ ଦୁଇ କିସ୍ତିରେ ୫୦୦୦ ଟଙ୍କା ଲେଖାଏ ୧୦୦୦୦ ଟଙ୍କା ମୋଟ୍ ୫ ବର୍ଷରେ ୫୦୦୦୦ ଟଙ୍କା ମିଳିବ।
