ମଝି ଆକାଶରେ ଇଞ୍ଜିନ ତ୍ରୁଟି

ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

ମଝି ଆକାଶରେ ଇଞ୍ଜିନ ତ୍ରୁଟି । ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରିଛି । ୧୬୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଯାତ୍ରା କରୁଥିଲା। ବିମାନର ଇଞ୍ଜିନରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି ।ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, ଏବଂ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ବୋଲି ଅଗ୍ନିଶମ ବିଭାଗ କହିଛି । ଅଗ୍ନିଶମ ବିଭାଗ ପୂର୍ବାହ୍ନ ୧୦:୫୩ ରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇଥିଲା ଏବଂ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ଅନ୍ୟପକ୍ଷରେ, ଇଣ୍ଡିଗୋ ପ୍ରଶାସନ ଇଞ୍ଜିନ ତ୍ରୁଟିର କାରଣ ବିଷୟରେ ଏକ ବିସ୍ତୃତ ଯାଞ୍ଚ୍ କରୁଥିବା କହିଛି । ଯାହା ଦ୍ଵାରା ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡାଯାଇ ପାରିବ ।

Leave a Reply

Your email address will not be published. Required fields are marked *