ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ

ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି ।ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର କେବଳ ନୋଏଡା ଏବଂ ଗ୍ରେଟର ନୋଏଡାର ଲୋକଙ୍କୁ ନୁହେଁ ବରଂ ଆଲିଗଡ଼, ମଥୁରା, ଆଗ୍ରା, ଦିଲ୍ଲୀ, ଗାଜିଆବାଦ ଏବଂ ଫରିଦାବାଦର ଲୋକଙ୍କୁ ମଧ୍ୟ ଲାଭ ମିଳିବ ।ପ୍ରଧାନମନ୍ତରୀ ମୋଦି ଏହି ବିମାନବନ୍ଦର ଉଦଘାଟନ କରି କହିଛନ୍ତି ଯେ, “ଆଜି ଦେଶର ସବୁଠାରୁ ବଡ଼ ରାଜ୍ୟ ସର୍ବାଧିକ ଆନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ହୋଇଗଲାଣି । ଆଜି ଏହି ବିମାନବନ୍ଦର ଉଦଘାଟନ କରିବା ମୋ ପାଇଁ ଗର୍ବ ଏବଂ ଖୁସିର ଦୁଇଟି କାରଣ ଅଛି । ପ୍ରଥମତଃ, ମୋତେ ଏହି ବିମାନବନ୍ଦରର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ସୌଭାଗ୍ୟ ମିଳିଛି । ଦ୍ୱିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତର ପ୍ରଦେଶର ପରିଚୟ ସହିତ ମଧ୍ୟ ଜଡିତ ହୋଇଯାଇଛି, ଯେଉଁ ରାଜ୍ୟ ମୋତେ ଏହାର ପ୍ରତିନିଧି ଏବଂ ସାଂସଦ କରିଥିଲା ।”

Leave a Reply

Your email address will not be published. Required fields are marked *