ଆନ୍ଦୋଳନରୁ ଓହରିଲା ପାଚିକା ସଂଘ
ଆନ୍ଦୋଳନରୁ ଓହରିଲା ପାଚିକା ସଂଘ । ପାଚିକାମାନଙ୍କ ଦୀର୍ଘଦିନର ଦାବି ଉପରେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର । ୭ ଦଫା ଦାବି ମଧ୍ୟରୁ ୩ଟି ମୁଖ୍ୟ ଦାବି ଯଥା ବକେୟା ଟଙ୍କା ପ୍ରଦାନ, ପରିଚୟ ପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ଦେବାକୁ ମାନିନେବା ପାଇଁ ସରକାର ପକ୍ଷରୁ ପ୍ରତିଶୁତି ଦିଆଯାଇଛି ।ଏହି ଆଶ୍ୱାସନ ପରେ ପାଚିକା ସଂଘ ନିଜ ଧାରଣା ଆନ୍ଦୋଳନରୁ ଓହରି ଯାଇଛି । ଗତ ଚାରି ଦିନ ଧରି ଦିବା-ରାତ୍ରି ଧାରଣାରେ ବସି ରହିଥିବା ପାଚିକାମାନେ ନିଜ ଅଧିକାର ପାଇଁ ଜୋରଦାର ଆନ୍ଦୋଳନ କରୁଥିଲେ । ସରକାର ସହିତ ଆଲୋଚନା ପରେ ଏହି ୩ଟି ଦାବି ପୂରଣ ନେଇ ସକାରାତ୍ମକ ସଙ୍କେତ ମିଳିବାରୁ ସେମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।
