ସୁଦାନରେ ବହିଲା ରକ୍ତର ନଦୀ

ଅସ୍ତ୍ରବିରତିକୁ ଅରାଜି, ସୁଦାନରେ ବହିଲା ରକ୍ତର ନଦୀ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ ୟାରମୋକ ଜିଲ୍ଲାରେ ବି ଆକ୍ରମଣ ଘମାଘୋଟ ହୋଇଛି । ନିଜ ଜିଦରେ ସୁଦାନ ଆର୍ମି ଓ ଆରଏସଏଫ ଅଟଳ ଥିବାବେଳେ ନିରୀହ ଲୋକେ ହୋଇଛନ୍ତି ଶିକାର । ଗତ ଶନିବାର ଉଭୟ ପକ୍ଷ ମଧ୍ୟରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଲାଗୁ କରାଯାଇଥିଲେ ମଧ୍ୟ ତାହାକୁ କେହି ମାନିନାହାନ୍ତି । ବର୍ତ୍ତମାନ ସୁଦ୍ଧା ସୁଦାନରେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଥିବା ସୂଚନା ମିଳିଛି ।