LPG ପାଇଁ e-KYC ସ୍ପଷ୍ଟୀକରଣ

ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ

LPG ଗ୍ରାହକଙ୍କ ପାଇଁ e-KYC କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ । ଯେଉଁ ଏଲପିଜି ଉପଭୋକ୍ତା e-KYC କରିନାହାନ୍ତି ସେମାନେ କରିବେ । ଯଦି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଉପଭୋକ୍ତା ନୁହନ୍ତି, ପୂର୍ବରୁ e-KYC କରିଛନ୍ତି ତେବେ ଆଉ କରିବା ଦରକାର ନାହିଁ । ନିଜ ଘରେ ବସି ବି ଇ-କେୱାଇସି କରିପାରିବେ ବୋଲି ମନ୍ତ୍ରଣାଳୟ କହିଛି ।ସରକାର କହିଛନ୍ତି ଯେ, eKYC ପ୍ରକ୍ରିୟା ବହୁତ ସରଳ ଏବଂ ଆପଣଙ୍କ ଘରେ ବସି ମାଗଣାରେ ସମାପ୍ତ କରାଯାଇପାରିବ । eKYC ସମାପ୍ତ ନହେଲେ ମଧ୍ୟ, LPG ସବସିଡିର ଉପଲବ୍ଧତା ପ୍ରଭାବିତ ହେବ ନାହିଁ । ଯଦି ଆପଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରୁ ବାଦ ପଡ଼ିଛନ୍ତି ଏବଂ ପୂର୍ବରୁ eKYC ପୂରଣ କରିସାରିଛନ୍ତି, ତେବେ ଆପଣଙ୍କୁ ଏହା ପୁନର୍ବାର କରିବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା PMUY ଅଧୀନରେ ଥିବା ଗ୍ରାହକମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ କେବଳ ଥରେ eKYC ପୂରଣ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *