ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ

କଂଗ୍ରେସର ୩ ବିଧାୟକ ନିଲମ୍ବିତ

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସର ୩ ବିଧାୟକ ନିଲମ୍ବିତ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ କରାଯାଇଛି । ଏହି ୩ ବିଧାୟକ ହ୍ବିପ ଉଲଂଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ କଂଗ୍ରେସର ସ୍ବାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରେସ୍‌ମିଟ୍‌ ମାଧ୍ୟମରେ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ କହିଛନ୍ତି ।ପ୍ରେସ୍‌ମିଟ୍‌ରେ କୁହାଯାଇଛି କି , ଆମେ ଅକ୍ଲାନ୍ତ ପରିଶ୍ରମ କଲୁ , ବିଜେଡି ଏବଂ କଂଗ୍ରେସ ମଧ୍ୟ ବହୁତ ପରିଶ୍ରମ କରିଥିଲେ । କିନ୍ତୁ ଆମେ ହାରିଲୁ ଏଥିପାଇଁ କିଛି ବିଧାୟକ ବିଧାୟିକା ଘୋଡ଼ା ବେପାରରେ ସାମିଲ ହେଲେ । ଏବେ କେବଳ ନିଲମ୍ବନ କରାଯାଇଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ , ଏମିତିକି ସେମାନେ ଦଳରୁ ବହିଷ୍କୃତ ମଧ୍ୟ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *