ଗ୍ୟାସ୍ ସଙ୍କଟ ମଧ୍ୟରେ ବଡ଼ ପରିବର୍ତ୍ତନ

PNG ଗ୍ୟାସ୍ ଥିଲେ ମିଳିବନି LPG ସିଲିଣ୍ଡର

ଆମେରିକା-ଇରାନ୍ ଯୁଦ୍ଧ ଯୋଗୁଁ ଭାରତ ମଧ୍ୟ LPG ସଙ୍କଟର ସାମ୍ନା କରୁଛି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସରକାର ଏବେ ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏପରି ପରିସ୍ଥିତିରେ PNG ଗ୍ୟାସ୍ ଥିବା ଗ୍ରାହକମାନେ ଘରୋଇ LPG ସିଲିଣ୍ଡର ରଖିପାରିବେ ନାହିଁ ବୋଲି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତୈଳ ଏବଂ ଗ୍ୟାସ୍ ବଣ୍ଟନ କମ୍ପାନୀଗୁଡ଼ିକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାନୁଯାୟୀ, LPG ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୁର୍ଣ୍ଣ ଖବର ପ୍ରକାଶ ପାଇଛି । ଘରେ ପାଇପ୍ ଗ୍ୟାସ୍ ଥିଲେ ସିଲିଣ୍ଡର ଫେରସ୍ତ କରନ୍ତୁ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଯେଉଁମାନଙ୍କ ଘରେ ରୋଷେଇ ପାଇଁ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) ସଂଯୋଗ ଅଛି ସେମାନେ ଆଉ ଘରୋଇ LPG ସିଲିଣ୍ଡର ରଖିପାରିବେ ନାହିଁ। ଯଦି ଉଭୟ PNG ଏବଂ LPG ସଂଯୋଗ ଅଛି ତେବେ ତୁରନ୍ତ ନିଜର LPG କନେକ୍ସନକୁ ସରକାରୀ ତୈଳ କମ୍ପାନୀ ବା ଗ୍ୟାସ୍ ଏଜେନ୍ସି ପାଖରେ ଫେରସ୍ତ କରିବାକୁ ପଡ଼ିବ। PNG ସଂଯୋଗ ଥିବା ବ୍ୟକ୍ତି କୌଣସି ବି ସରକାରୀ ତୈଳ କମ୍ପାନୀ ବା ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି କରିପାରିବେ ନାହିଁ। ଜଣେ ବ୍ୟକ୍ତି ଏକାସାଙ୍ଗରେ ଦୁଇ ପ୍ରକାରର ଘରୋଇ ଗ୍ୟାସ୍ ସୁବିଧା ନେବା ବେଆଇନ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *