କ୍ଷମା ପ୍ରାର୍ଥନା କଲା NCERT
କ୍ଷମା ପ୍ରାର୍ଥନା କଲା NCERT । ଅଷ୍ଟମ ଶ୍ରେଣୀ ବହିରେ ପ୍ରକାଶିତ ଚାପ୍ଟର ପାଇଁ ନିସର୍ତ୍ତ କ୍ଷମା ମାଗିଲା NCERT । ସଂସ୍ଥାର ନିର୍ଦ୍ଦେଶକ ଓ ସଦସ୍ୟମାନେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ବହି ଫେରାଇ ନିଆଯାଇଛି ଏବଂ ବଜାରରେ ଉପଲବ୍ଧ ନାହିଁ ବୋଲି ଏକ ବିବୃତ୍ତି ଜାରି କରିଛନ୍ତି । Ther role of judiciary in our society ଶୀର୍ଷକ ଚାପ୍ଟର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।ଅଷ୍ଟମ ଶ୍ରେଣୀର ନୂଆ NCERT ସାମାଜିକ ବିଜ୍ଞାନ ବହିରେ ପ୍ରକାଶ ପାଇଥିବା ଏହି ବିଷୟକୁ ନେଇ ତୀବ୍ର ଆପତ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ସାମାଜିକ ବିଜ୍ଞାନ ବହି ଉପରେ ରୋକ୍ ଲଗାଇଥିଲେ । ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଥିଲେ। ଶିକ୍ଷା ବିଭାଗ ସଚିବ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।
