ଆଜିଠୁ ପୁଣି କମ୍ପିବ ବିଧାନସଭା
ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଉଠିପାରେ ମଣ୍ଡି, ଚାଷୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗ । ମଣ୍ଡିରେ ଧାନକିଣାକୁ ନେଇ ଅବ୍ୟବସ୍ଥାରେ ରାଜନଗରରେ ଚାଷୀ ମୃତ୍ୟୁ, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ବିଜେଡି ସୁପ୍ରିମୋ କ୍ଷୋଭ ପ୍ରକାଶ କରିଥିବା ବେଳେ ଗୃହରେ ଏହାକୁ ଉଠାଇପାରେ ଦଳ । ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ପ୍ରସଙ୍ଗରେ ହୋଇପାରେ ସରଗରମ ଆଲୋଚନା । ତେବେ ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
