ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ
ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସରକାର । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାର୍ଜିଲିଂ ସାନ୍ତାଳୀ ସମ୍ମିଳନୀ ବେଳେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି ନେଇ ଅଭିଯୋଗ ହେବା ପରେ ଆକ୍ସନ ମୁଡ୍ରେ ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ । ଜବାବରେ ରାଜ୍ୟ ସରକାରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
