ରାମ ରହିମଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ
ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି । କୋର୍ଟ ଏହି ନିଷ୍ପତ୍ତି ସିବିଆଇ ପାଇଁ ବଡ଼ ଝଟକା । କିନ୍ତୁ ଏହି ନିଷ୍ପତ୍ତି ପରେ ମଧ୍ୟ ରାମ ରହିବ ଜେଲରେ ରହିବେ ।ଛତ୍ରପତି ଶିବାଜୀ ମହାରାଜ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଚକୁଲା ସିବିଆଇ କୋର୍ଟର ନିଷ୍ପତ୍ତିକୁ ଆଂଶିକ ପରିବର୍ତ୍ତନ କରି ପ୍ରମାଣ ଅଭାବରୁ ହାଇକୋର୍ଟ ଗୁରମିତ ରାମ ରହିମଙ୍କୁ ଦୋଷମୁକ୍ତ କରିଛନ୍ତି ।ଏହି ମାମଲାର ଅନ୍ୟ ତିନି ଦୋଷୀ କୁଲଦୀପ, ନିର୍ମଳ ଏବଂ କିଶନ ଲାଲଙ୍କ ଆଜୀବନ କାରାଦଣ୍ଡାଦେଶକୁ ବଜାୟ ରଖାଯାଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଅଭିଯୁକ୍ତମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ।
