ଆମେରିକୀୟ ତେଲ ଟ୍ୟାଙ୍କର ଜାହାଜ ଉପରେ ଆକ୍ରମଣ
ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ । ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) । ଉତ୍ତର ପର୍ଶିଆନ ଗଲ୍ଫରେ ଏହି ଜାହାଜକୁ ଆକ୍ରମଣ କରାଯାଇଥିବା ଆଇଆରଜିସି କହିଛି । ଇରାନୀ ସରକାରୀ ଗଣମାଧ୍ୟମ କହିଛି, ଆମେରିକୀୟ ଜାହାଜରେ ନିଆଁ ଲାଗିଯାଇଛି । ତେବେ କ୍ଷୟକ୍ଷତି ସମ୍ପର୍କାରେ ଜିଛି ଜଣାପଡ଼ିନାହିଁ ।ଗତକାଲି ଆମେରିକା ଆକ୍ରମଣ କରି ଭାରତ ମହାସାଗରରେ ଯାଉଥିବା ଇରାନ ଜାହାଜ ବୁଡ଼ାଇବା ଦେଇଥିଲା । ଏହାପରେ ଇରାନର ବୈଦେଶିକ ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିଲେ । ଶ୍ରୀଲଙ୍କା ଉପକୂଳରେ IRIS ଡେନା ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଗଭୀର ଅନୁତାପ କରିବ । ଏହାପରେ ଆଇଆରଜିସି ଆମେରିକା ଜାହାଜ ଉପରେ ଆକ୍ରମଣ କରିଛି ।
