ସେପ୍ଟେମ୍ବରରେ ସ୍ଵାଭାବିକ ବର୍ଷା !
ରାଜ୍ୟରେ ଲାଗିରହିଛି ଲଘୁଚାପ ପ୍ରଭାବ । ଏମିତିକି ଲଘୁଚାପ ଜନିତ ବୃଷ୍ଟିପାତ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଅଗଷ୍ଟ ମାସକୁ ଛାଡିଦେଲେ ସେପ୍ଟେମ୍ବରରେ ନାହିଁ ସେମିତି ବର୍ଷା ଯାହା ନିଅଣ୍ଟିଆ ବୃଷ୍ଟିପାତକୁ ଏଡାଇ ପାରିବ । ପୂର୍ବରୁ ଶ୍ରବଣରେ ମଧ୍ୟ ଜଳକଷ୍ଟ ଏଖିଛନ୍ତି ଚାଷୀ ଓ ସାଧାରଣ ଲୋକେ । ଲଘୁଚାପ ଆସିବା ପରେ କିଛି ମାତ୍ରାରେ ଏହା ଲାଘବ ହୋଇଛି ସତ । କିନ୍ତୁ ନିଅଣ୍ଟିଆ ବୃଷ୍ଟିପାତର ସମାଧାନ କରିନାହିଁ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ନିଅଣ୍ଟିଆ ବର୍ଷା ସ୍ଥିତିକୁ ଏଡ଼ାଇ ଦିଆଯାଇନପାରେ। ଆଇଏମ୍ଡି କହୁଛି, ଅଳ୍ପ ନିଅଣ୍ଟିଆ ବା ତା’ଠାରୁ ଟିକେ ଅଧିକ ବର୍ଷା ବି ହୋଇପାରେ।
ସାରା ଦେଶରେ ଅଗଷ୍ଟ ଓ ସେପ୍ଟମ୍ବରରେ ବର୍ଷାର ପରିମାଣ ପାଖାପାଖି ସ୍ବାଭାବିକ ରହିବ। ସାଧାରଣତଃ ଏହି ମାସରେ ଦେଶରେ ୪୨୨.୮ ମିମି ବର୍ଷା ହୋଇଥାଏ। ଆକଳନ ଅନୁସାରେ, ପୂର୍ବ-କେନ୍ଦ୍ରୀୟ ଭାରତ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର କିଛି କିଛି ଅଞ୍ଚଳ ଓ ଉତ୍ତରପୂର୍ବ ଭାରତରେ ବର୍ଷାର ପରିମାଣ ସ୍ବାଭାବିକ କିମ୍ବା ଏହାଠାରୁ ଅଧିକ ରହିବ। ସେପ୍ଟେମ୍ବରରେ ସାରା ଦେଶରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ।