ଆତ୍ମହତ୍ୟା ନା ହତ୍ୟା, କାରଣ ଖୋଜୁଛି ପୋଲିସ !
ଏକସଙ୍ଗେ ଝୁଲି ପଡିଲେ ମାଆ ପୁଅ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଟାଙ୍ଗରପାଲିରେ । ଏହି ଅଞ୍ଚଳରେ ରୁହନ୍ତି ଜ୍ୟୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା । ସବୁ କିଛି ଠିକ ଥିଲା ହେଲେ ହଠାତ ସବୁ ଯେମିତି ହୋଇଗଲା ଓଲଟପାଲଟ । ଘରଭିତରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ସେନେଇ ଛାନବିନ ଚଳାଇଛି ପୋଲିସ ।
ତେବେ ଘରେ କାମ କରୁଥିବା ଜଣେ ଝିଅ କହିବା ଅନୁସାରେ ଆଜି ସେ ଘରକାମ ପାଇଁ ଯାଇଥିବାବେଳେ ଘର ଭିତରୁ କବାଟ ବନ୍ଦ ରହିଥିଲା । ସେ ଅନ୍ୟ ଏକ ରାସ୍ତାରେ ଯାଇ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପଡୋଶୀଙ୍କୁ ଖବର ଦେଇଥିଲା । ଏହାପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାଣବିନ କରିବା ସହ ସାବା ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କାହିଁକି ଓ କଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ଯାହାର କାରଣ ଖୋଜୁଛି ପୋଲିସ ।