ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି ଯେ, ଆଜି ବୌଦ୍ଧରେ ସର୍ବାଧିକ ଦ୍ବିତୀୟ ତାପମାତ୍ରା ରେକର୍ଡ ହୋଇଛି। ବୌଦ୍ଧରେ ୪୫.୬ ପାରା ଛୁଇଁଥିବା ବେଳେ ସମ୍ବଲପୁରରେ ଏହା ୪୫.୪ ଓ ହୀରାକୁଦରେ ତାପମାତ୍ରା ୪୫.୧ ଡିଗ୍ରି ରହିଛି। ସେହିପରି ବଲାଙ୍ଗୀରରେ ୪୫, ଝାରସୁଗୁଡ଼ାରେ ୪୪.୮, ଅନୁଗୁଳରେ ୪୪.୭, ସୁନ୍ଦରଗଡ଼, ନୟାଗଡ଼ରେ ୪୪.୫, ବରଗଡ଼ରେ ୪୪.୪, ଭୁବନେଶ୍ବରରେ ୪୪.୩, ତାଳଚେରରେ ୪୪, ଢେଙ୍କାନାଳରେ ୪୩.୬, ଟିଟିଲାଗଡ଼, ଖୋର୍ଦ୍ଧାରେ ୪୩.୫, ରାଉରକେଲା, ନୂଆପଡ଼ାରେ ୪୩.୪, ଦେବଗଡ଼ରେ ୪୨.୫, ବାରିପଦା, ଜଗତସିଂହପୁରରେ ୪୨.୪, କଟକରେ ୪୨.୧ ଫୁଲବାଣୀରେ ୪୨, ଭବାନୀପାଟଣାରେ ୪୧.୮, କେନ୍ଦୁଝରରେ ୪୧.୪, ଭଦ୍ରକ, ବ୍ରହ୍ମପୁର, ରେ ୪୦.୫, କେନ୍ଦ୍ରାପଡ଼ାରେ ୪୦.୨, ଯାଜପୁର ଏବଂ ଛତ୍ରପୁରରେ ୪୦ ଡିଗ୍ରି ରେକର୍ଡ ହୋଇଛି।
Related Posts
ଦିଲ୍ଲୀ ଯିବେ ବିଜେପି ବିଧାୟକ
- User 003
- December 17, 2023
- 0
ଜିତିଲେ ଟ୍ରମ୍ପ, ଏଲନ୍ଙ୍କ ଉପରେ ଟଙ୍କା ବର୍ଷା
- User 003
- November 8, 2024
- 0
ଗଞ୍ଜାମରେ ମା’ ଗଜଲକ୍ଷ୍ମୀଙ୍କ ନିଆରା ପୂଜା
- Jajati express Reporter
- October 29, 2023
- 0