ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ

ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା । ପଟ୍ଟାରେ ଥିବା କ୍ୟୁଆର କୋଡକୁ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏହା ଦ୍ଵାରା ଲୋକଙ୍କୁ ଭୁତାଇ ଆଉ ଜମି କିଣାବିକା ହୋଇ ପାରିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଠକାମୀ ଉପାୟରେ ଜମି କିଣାବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RI ଜାଣିପାରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *