ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ
ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ୧୧୧ କିମି ବିଶିଷ୍ଟ କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ପାଇଁ ମିଳିଛି ୬୪ଟି ବିଡ ।ରାଜଧାନୀରେ କମିବ ଭିଡ଼, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର ସହ ଏପ୍ରିଲରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅଢେଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ୮ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ତିନୋଟି ପ୍ୟାକେଜରେ ହାଇବ୍ରିଡ୍ ଆନୁଇଟି ମୋଡରେ ଏହା ନିର୍ମାଣ ହେବ ।ଏହି ପ୍ରକଳ୍ପ ପାଇଁ ୯୬ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ଜଙ୍ଗଲ, ବନ୍ୟପ୍ରାଣୀ ଏବଂ ପରିବେଶ ସଂମ୍ବନ୍ଧୀୟ ଅନୁମତି ମଧ୍ୟ ମିଳିସାରିଛି । କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ କାର୍ଯ୍ୟକ୍ଷମ ହେବା ପରେ ଭୁବନେଶ୍ବର, କଟକ, ଖୋର୍ଦ୍ଧାରେ ଟ୍ରାଫିକ ସମସ୍ୟା ଦୂର ହେବ ।
