“ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି

ଜାତୀୟ ସଂଗୀତ ଜନ ଗଣ ପୂର୍ବରୂ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ

କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ ହେବ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ସମସ୍ତଙ୍କ ପାଇଁ ସମ୍ମାନ ଜଣାଇ ଠିଆ ହେବା ବାଧ୍ୟତାମୂଳକ ହେବ ।ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ପରେ ତୁରନ୍ତ ୬ ପଦ ବିଶିଷ୍ଟ ‘ବନ୍ଦେ ମାତରମ୍’ ଗାନ ହେବ । ଏହି ସମୟରେ ଛିଡା ହେବା ବାଧ୍ୟତାମୂଳକ । ଗୀତ ସମୟ ସୀମା ୩ ମିନିଟ୍ ୧୦ ସେକେଣ୍ଡର ରହିବ । ନିୟମରେ ଏହା କୁହାଯାଇଛି କି, ଯଦି ‘ଜନ ଗଣ ମନ’ ଏବଂ ‘ବନ୍ଦେ ମାତରମ୍’ ଏକା ସଙ୍ଗେ ଗାନ ହେବାର ଥିବା ବେଳେ ପ୍ରଥମେ ‘ବନ୍ଦେ ମାତରମ୍’ ପ୍ରଥମ ଗାନ କରାଯିବ ।କେନ୍ଦ୍ର ସରକାର ଜାନୁଆରୀ ୨୮ ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ୧୦ ପୃଷ୍ଠାର ଏହି ଆଦେଶରେ ସରକାର ଏହା ମଧ୍ୟ କହିଛନ୍ତି ଯେ, ପଦ୍ମ ପୁରସ୍କାର ସମାରୋହ କିମ୍ବା ରାଷ୍ଟ୍ରପତି ଉପସ୍ଥିତ ଥିବା ଯେକୌଣସି କାର୍ଯ୍ୟକ୍ରମରେ “ବନ୍ଦେ ମାତରମ୍” ବାଜିବ।ସିନେମା ହଲ୍ଗୁଡ଼ିକୁ ନୂତନ ନିୟମରୁ ମୁକ୍ତ କରାଯାଇଛି । ଏହାର ଅର୍ଥ ହେଉଛି ସିନେମା ହଲ୍ଗୁଡ଼ିକରେ “ବନ୍ଦେ ମାତରମ୍” ବଜାଇବା ଏବଂ ଫିଲ୍ମ ଆଗରେ ଠିଆ ହେବା ବାଧ୍ୟତାମୂଳକ ହେବ ନାହିଁ । ଅଧିକାରୀଙ୍କ ଅନୁଯାୟୀ, “ବନ୍ଦେ ମାତରମ୍”କୁ ସମ୍ମାନ ଦେବା ପାଇଁ ସ୍ପଷ୍ଟ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ସୃଷ୍ଟି କରାଯାଇଛି । ୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ମଞ୍ଚ ଉପରେ “ବନ୍ଦେ ମାତରମ୍” ଗାଇଥିଲେ ।

Leave a Reply

Your email address will not be published. Required fields are marked *