ପୁଣି ମଣିପୁରରେ ଉତ୍ତେଜନା

ମଣିପୁରରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ପୁଣି ମଣିପୁରରେ ଉତ୍ତେଜନା । ମଣିପୁରର ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି ଏବଂ ଗୁଳି ଚଳାଇଛନ୍ତି । ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ଜଣାପଡିଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ।ସୂଚନାନୁଯାୟୀ, “ସଶସ୍ତ୍ର ଲୋକମାନେ ଲିଟାନ ସାରିଖୋଙ୍ଗରେ କିଛି ଖାଲି ଘରେ ନିଆଁ ଲଗାଇ ଗୁଳି ଚଳାଇଛନ୍ତି। ଲିଟାନ ସାରିଖୋଙ୍ଗ ଅଞ୍ଚଳରେ ଗୁଳିକାଣ୍ଡ ଏବଂ ପୋଡ଼ାଜଳା ଦୁଇଟି ତାଙ୍ଗଖୁଲ ନାଗା ସଂଗଠନ ଉଖରୁଲ ଏବଂ କାମଜୋଙ୍ଗ ଜିଲ୍ଲାରେ କୁକି ସମ୍ପ୍ରଦାୟର ଗତିବିଧି ଉପରେ କଟକଣା ଲଗାଇବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଏହାରି ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସୁରକ୍ଷା ବାହିନୀ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।’’ ପ୍ରଶାସନ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି । ଏଥିସହ ମଣିପୁର ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉକ୍ରଳ ଜିଲ୍ଲାର ରାଜସ୍ୱ ଅଞ୍ଚଳରେ ୫ ଦିନ ପାଇଁ ବ୍ରଡବ୍ୟାଣ୍ଡ, VPN ଏବଂ V-Sat ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *